Please wait...




Monday, Dec 8, 2025
Published on: Wednesday, April 02, 2025
ଦୁର୍ନୀତି

ଚୋରା କାଠ ସହ ପିକଅପ ଭ୍ୟାନ ଜବତ।

ଚୋରା କାଠ ସହ ପିକଅପ ଭ୍ୟାନ ଜବତ।
ଚୋରା କାଠ ଚାଲାଣବେଳେ କାଠ ସହିତ ପିକଅପ ଭ୍ୟାନ ଜବତ ହୋଇଛି । ଡ୍ରାଇଭର ଓ କାଠ ମାଫିଆ ଫେରାର ହୋଇଯାଇଛନ୍ତି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡର ଠାକୁରମୁଣ୍ଡ ରେଞ୍ଜ ଅଞ୍ଚଳରୁ ଏପରି ଘଟଣା ସାମ୍ନାକୁ ଆସିଛି । କୌଣସି ସୂତ୍ରରୁ ଖବର ପାଇ ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ ଉମାକାନ୍ତ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଠାକୁରମୁଣ୍ଡା - କରଞ୍ଜିଆ ରାସ୍ତାର ଠାକୁରମୁଣ୍ଡା ବଜାରରୁ ୫୦୦ ମିଟର ରୁଗୁଡିବେଡା ଲକ୍ଷ୍ମୀନାରାୟଣ ମନ୍ଦିରର ନିକଟରେ ଏକ ପିକଅପ ଭ୍ୟାନକୁ ଅଟକାଇବା ବେଳେ ଡ୍ରାଇଭର ଗାଡି ଛାଡି ଚମ୍ପଟ ମାରିଥିଲା । ତେବେ ଗାଡ଼ିକୁ ଯାଞ୍ଚ ସମୟରେ ୩୪ଟି ସାଇଜ ଶାଳ ଚୌକାଠ ଥିବାର ଦେଖି ଗାଡିକୁ ଜବତ କରିବା ସହିତ ଅଧିକ ତଦନ୍ତ ଆରମ୍ଭ କରିଛି ଠାକୁରମୁଣ୍ଡା ବନବିଭାଗ। ତେବେ ଗତ କିଛି ଦିନ ହବ କରଞ୍ଜିଆ ଅଞ୍ଚଳରୁ ବ୍ୟାପକ କାଠ ଚୋରା ଚାଲାଣ ହେଉଥିବା ଅଭିଯୋଗ ଆସିଥିଲା ତେବେ ଆଜି ଏକ ବଡ଼ ସଫଳତା ପାଇଁ ପାରିଛି ବନବିଭାଗ । ଏହି ଚଢ଼ାଉରେ ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ ଉମାକାନ୍ତ ବେହେରା, ଫରେଷ୍ଟର ଚନ୍ଦ୍ରଭାନୁ ମିହାନ୍ତ, ବିଦ୍ୟାଧର ମହାନ୍ତଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ। #news #odiaxpress #thakurmunda

ଶୀର୍ଷ ଖବର
Published on: April 05, 2025
ଦୁର୍ନୀତି
ପେଟ୍ରୋଲ ପମ୍ପ ଲୁଟ ବେଳେ ୪ ଗିରଫ
Copyright © 2025 odiaxpress.in. All rights reserved.