Please wait...




Sunday, Dec 7, 2025
Published on: Thursday, May 08, 2025
ଦେଶବିଦେଶ

ବିଜୁ ପଟ୍ଟନାୟକଙ୍କୁ ସମ୍ମାନୀତ କଲା ରୁଷ ,ରୁଷ ସରକାରଙ୍କୁ କୃତଜ୍ଞତା ଜଣାଇଲେ ନବୀନ।

ବିଜୁ ପଟ୍ଟନାୟକଙ୍କୁ ସମ୍ମାନୀତ କଲା ରୁଷ ,ରୁଷ ସରକାରଙ୍କୁ କୃତଜ୍ଞତା ଜଣାଇଲେ ନବୀନ।
ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ସମ୍ମାନିତ କଲା ରୁଷ। ଋଷ ସରକାରଙ୍କୁ କୃତଜ୍ଞତା ଜଣାଇଲେ ନବୀନ ପଟ୍ଟନାୟକ । ସୂଚନାମୁତାବକ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ହିଟଲରଙ୍କ ନାଜି ସେନା ବିରୋଧରେ ତତ୍‌କାଳୀନ ସୋଭିଏତ ୟୁନିୟନ (ବର୍ତ୍ତମାନର ରୁଷ) ବିଜୟର ଅଶୀତମ ବାର୍ଷିକୀ ଉତ୍ସବ ୯ ତାରିଖରେ ପାଳନ ପୂର୍ବରୁ ଆଜି ନୂଆଦିଲ୍ଲୀରେ ରୁଷ ଦୂତାବାସରେ ଆୟୋଜିତ ହୋଇଛି ଏକ ସ୍ୱତନ୍ତ୍ର ଉତ୍ସବ।
ଏହି ସ୍ୱତନ୍ତ୍ର ଉତ୍ସବରେ ବିଜୁ ପଟ୍ଟନାୟକଙ୍କ ସ୍ମରଣୀୟ ଅବଦାନକୁ ସମ୍ମାନ ଜଣାଇ ଏକ ସ୍ୱତନ୍ତ୍ର ଫଳକ ଉନ୍ମୋଚିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ପୂର୍ବରୁ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରୁଷର ରାଷ୍ଟ୍ରଦୂତ ଡାନିସ୍ ଆଲିପୋଭ ନବୀନ ପଟ୍ଟନାୟକଙ୍କୁ ସ୍ୱତନ୍ତ୍ର ଭାବରେ ନିମନ୍ତ୍ରଣ କରିଥିଲେ। ଦ୍ଵିତୀୟ ବିଶ୍ୱ ଯୁଦ୍ଧରେ ନାଜିବାଦ ବିରୁଦ୍ଧରେ ରୁଷିଆର ବିଜୟ ଉତ୍ସବର ୮୦ ତମ ବାର୍ଷିକୀକୁ ମଇ ୯ ତାରିଖରେ ପାଳନ କରାଯାଉଛି। ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିବେ। #news #odiaxpress #nabinkbhattarai

ଶୀର୍ଷ ଖବର
Published on: April 05, 2025
ଦୁର୍ନୀତି
ପେଟ୍ରୋଲ ପମ୍ପ ଲୁଟ ବେଳେ ୪ ଗିରଫ
Copyright © 2025 odiaxpress.in. All rights reserved.