Please wait...




Sunday, Dec 7, 2025
Published on: Wednesday, April 02, 2025
ସମାଚାର

ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା, ତଦନ୍ତ କରୁଛି ପୋଲିସ।

ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା, ତଦନ୍ତ କରୁଛି ପୋଲିସ।
ସାମାନ୍ୟ ଝଗଡ଼ାରୁ ଗଡ଼ିଲା ମୁଣ୍ଡ । ବଚସାକୁ କେନ୍ଦ୍ର କରି ଯୁବକଙ୍କୁ ପିଟି ପଟି ହତ୍ୟା କଲେ ଲୋକେ । ହତ୍ୟା ପରେ ମୃତଦେହକୁ ତାଙ୍କ ଘର ଦୁଆରରେ ବସାଇଦେଲେ ହତ୍ୟାକାରୀ । ମୃତକ ହେଲେ ତିଆରପାରି ଗାଁର ନକୁଳ ସାମଲ । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ତିଆରପାରି ଗାଁରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ମଙ୍ଗଳବାର ନକୁଳ ସାମଲଙ୍କର ତିଆରପାରି ଗାଁର ଅନ୍ୟ ଏକ ପରିବାର ସହ ଝଗଡା ହୋଇଥିଲା । ଝଗଡ଼ା ପରେ ବିଳମ୍ବିତ ରାତିରେ ସେହି ପରିବାରର କିଛି ଲୋକ ନକୁଳକୁ ବାଡ଼ାଇ ମାରିଦେବା ସହ ମୃତ ଦେହକୁ ମୃତକଙ୍କ ଦୁଆର ମୁହଁରେ ବସାଇଦେଇଛନ୍ତି । ଏହି ଝଗଡାକୁ କେନ୍ଦ୍ରକରି ରାତିରେ ହତ୍ୟା କରିଛନ୍ତି ବୋଲି ନକୁଳର ମା ବିଶିକା ସାମଲ ଅଭିଯୋଗ କରିଛନ୍ତି । ଉକ୍ତ ଅଭିଯୋଗ ଆଧାରରେ ବ୍ରହ୍ମଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସାଇଣ୍ଟିଫିକ୍ ଟିମ୍ ଆସିବା ପରେ ଅଧିକ ତଦନ୍ତ କରାଯିବ ବୋଲି ପୋଲିସ ସୂଚନା ଦେଇଛି । ହତ୍ୟା କରିଥିବା ବ୍ୟକ୍ତିଙ୍କୁ ନ ବାନ୍ଧିବା ପର୍ଯ୍ୟନ୍ତ ମୁଁ ଲାସ୍ ଛାଡିବିନି ବୋଲି କହିଛନ୍ତି ମୃତକଙ୍କ ପରିବାର ଲୋକେ। #news #odiaxpress 

ଶୀର୍ଷ ଖବର
Published on: April 05, 2025
ଦୁର୍ନୀତି
ପେଟ୍ରୋଲ ପମ୍ପ ଲୁଟ ବେଳେ ୪ ଗିରଫ
Copyright © 2025 odiaxpress.in. All rights reserved.