Please wait...




Sunday, Dec 7, 2025
Published on: Saturday, April 05, 2025
ଦୁର୍ନୀତି

ପେଟ୍ରୋଲ ପମ୍ପ ଲୁଟ ବେଳେ ୪ ଗିରଫ

ପେଟ୍ରୋଲ ପମ୍ପ ଲୁଟ ପାଇଁ ଯୋଜନା କରୁଥିବା ବେଳେ ୪ ଜଣ ଡକାୟତଙ୍କୁ ଗିରଫ କଲା ପୋଲିସ। ଅନୁଗୁଳ ଜିଲ୍ଲା ସରଧାପୁର ଗାଁ ମୁଣ୍ଡରେ କିଛି ଡକାୟତ ବସି ଡକାୟତି ଯୋଜନା କରୁଥିବା ଏକ ବିଶ୍ୱସ୍ତ ସୂତ୍ରରୁ ସଦର ଥାନା ପୋଲିସ ଖବର ପାଇଥିଲା। ଖବର ପାଇବା ପରେ ପୋଲିସ ସଦଳବଳେ ସେଠାରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ କାବୁ କରି ନେଇଥିଲା। ପଚରାଉଚରା ବେଳେ ସେମାନେ କରଡ଼ାଗାଡ଼ିଆ ଠାରେ ଥିବା ଏକ ପେଟ୍ରୋଲ ପମ୍ପ ଲୁଟ କରିବାକୁ ଯୋଜନା କରୁଥିବା ମାନି ଯାଇଥିଲେ।ଏଥିପାଇଁ ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ଖଣ୍ଡା ସହ ମାରଣାସ୍ତ୍ର, କାର, ମୋବାଇଲ ଆଦି ଜବତ କରିଛି ପୋଲିସ ।ଗିରଫ ମାନଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଛି। ଏମାନଙ୍କ ବ୍ଯତୀତ ଅନ୍ୟ ଦୁଇ ଜଣ ଫେରାର ଥିବା ମଧ୍ୟ ଜଣା ପଡିଛି।ଏ ନେଇ ଅନୁଗୁଳ ଏସପି ରାହୁଲ ଜୈନ ସୂଚନା ଦେଇଛନ୍ତି। #news #odiaxpress 

ଶୀର୍ଷ ଖବର
Copyright © 2025 odiaxpress.in. All rights reserved.