Please wait...




Sunday, Dec 7, 2025
Published on: Thursday, May 08, 2025
ଦେଶବିଦେଶ

ଉତ୍ତରାଖଣ୍ଡରେ ହେଲିକପ୍ଟର ଦୁର୍ଘଟଣା; ୬ ମୃତ।

ଉତ୍ତରାଖଣ୍ଡରେ ହେଲିକପ୍ଟର ଦୁର୍ଘଟଣା; ୬ ମୃତ।
ଦେବଭୂମି ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲା ଗଙ୍ଗନାନୀରେ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା ହୋଇଛି । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗଙ୍ଗୋତ୍ରୀ ଯାଉଥିବା ବେଳେ ହେଲିକପ୍ଟର କ୍ରାସ୍ ହୋଇଛି । ଗରୱାଲ ଡିଭିସନ କମିଶନର ବିନୟ ଶଙ୍କର ପାଣ୍ଡେ ସୂଚନା ଦେଇଛନ୍ତି । ପ୍ରକାଶ, ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଗୁରୁବାର ସକାଳେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସକାଳ ପ୍ରାୟ ନଅଟା ବେଳେ ଗଙ୍ଗନାଇ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗଡ଼ୱାଲ ଡିଭିଜନାଲ କମିଶନର ବିନୟ ଶଙ୍କର ପାଣ୍ଡେ ଦୁର୍ଘଟଣାର ନିଶ୍ଚିତ କରିଛନ୍ତି । ଏହି ହେଲିକପ୍ଟରଟି ଗଙ୍ଗୋତ୍ରୀ ଯାତ୍ରା କରୁଥିଲା । ହେଲିକପ୍ଟରଟି ଏକ ଘରୋଇ କମ୍ପାନୀର ବୋଲି କୁହାଯାଉଛି, ଯେଉଁଥିରେ ପାଞ୍ଚରୁ ଛଅ ଜଣ ଯାତ୍ରୀ ଥିଲେ । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି । #news #odiaxpress #utarakhand

ଶୀର୍ଷ ଖବର
Published on: April 05, 2025
ଦୁର୍ନୀତି
ପେଟ୍ରୋଲ ପମ୍ପ ଲୁଟ ବେଳେ ୪ ଗିରଫ
Copyright © 2025 odiaxpress.in. All rights reserved.