Please wait...




Sunday, Dec 7, 2025
Published on: Thursday, May 08, 2025
ଦୁର୍ନୀତି

ସ୍କୁଲ ପଛରେ ପଡିଥିଲା ଗଳିତ ମୃତଦେହ , ମିଳିଲା ପରିଚୟ।

ସ୍କୁଲ ପଛରେ ପଡିଥିଲା ଗଳିତ ମୃତଦେହ , ମିଳିଲା ପରିଚୟ।
ବାରଙ୍ଗ ଥାନା ଗୋବିନ୍ଦପୁର ସ୍କୁଲ ପଛରେ ଗଳିତ ମୃତଦେହ ପଡିଥିବା ଘଟଣା । ମିଳିଲା ମୃତକଙ୍କ ପରିଚୟ । ମୃତ ବ୍ୟକ୍ତି ଜଣକ ବାଙ୍କୀ ଥାନା ରାମଚଣ୍ଡୀ ଗ୍ରାମର ଅମ୍ବିକା ରାଉତ ବୋଲି ଜଣାପଡ଼ିଛି। ଆଜି ସକାଳୁ ପୁଅ ପ୍ରଦୀପ ରାଉତ ଆସି ବାପାଙ୍କୁ ଚିହ୍ନିଥିଲେ। ତେବେ ପ୍ରଦୀପ କହିବା କଥା ତାଙ୍କ ବାପା ଭୁବନେଶ୍ବରରେ ରହି କାମ କରୁଥିଲେ। ସେ ନିଶା ସେବନ କରୁଥିବାରୁ ତାଙ୍କ ଦେହ ଖରାପ ଥିଲା। କିଛି ଦିନ ତଳେ ବାପାଙ୍କୁ ଆଣି ଡାକ୍ତର ଦେଖାଇ ଭଲ କରିଥିଲେ। ୬ ଦିନ ହେବ ବାପା ଶୌଚ ହେବାକୁ କହି କେଉଁ ଆଡେ ଚାଲିଯାଇଥିଲେ। ବହୁ ଖୋଜାଖୋଜି ପରେ ନିରାଶ ହୋଇଥିବା ବେଳେ ଆଜି ସକାଳୁ ଗୋବିନ୍ଦପୁର ନିକଟରେ ମୃତଦେହ ପଡ଼ିଥିବା ଖବର ପାଇ ଆସି ହାପ ପ୍ୟାଣ୍ଟରୁ ବାପାଙ୍କୁ ଚିହ୍ନି ଥିଲେ।

ପ୍ରକାଶ ଥାଉକି, ଗତ ବୁଧବାର ସନ୍ଧ୍ୟାରେ ଗୋବିନ୍ଦପୁର ଗାଁର ମହିଳାମାନେ ଶୌଚ ହେବାକୁ ଯିବାବେଳେ ମୃତଦେହ ଉପରେ ନଜର ପଡ଼ିଥିଲା। ମୃତଦେହ ଦେଖି ଭୟରେ ମହିଳାମାନେ ଆସି ଗ୍ରାମରେ ଖବର ଦେଇଥିଲେ। ଖବରପାଇ ଘଟଣା ସ୍ଥଳରେ ଗୋଡ଼ିସହି ଫାଣ୍ଡି ପୋଲିସ ପହଞ୍ଚି ଥିଲେ। ମୃତଦେହ ବହୁତ ଦିନ ଧରି ପଡିରହିଥିବାରୁ ଶରୀର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ତେଣୁ ପୋଲିସକୁ ପରିଚୟ ମିଳିପାରିନଥିଲା। ରାତି ହୋଇଯାଇଥିବାରୁ ତଦନ୍ତ ହୋଇପାରି ନଥିଲା। ରାତିସାରା ଫାଣ୍ଡି ପୋଲିସ ସେଠାର ଜଗି ରହିଥିଲେ। #news #odiaxpress #baranga

ଶୀର୍ଷ ଖବର
Published on: April 05, 2025
ଦୁର୍ନୀତି
ପେଟ୍ରୋଲ ପମ୍ପ ଲୁଟ ବେଳେ ୪ ଗିରଫ
Copyright © 2025 odiaxpress.in. All rights reserved.