ସ୍ତ୍ରୀକୁ ହଣିଲା ସ୍ବାମୀ । ପାରିବାରିକ କଳହର କରୁଣ ପରିସ୍ଥିତି । ସ୍ୱାମୀର ପଇଡ଼ ହଣା କଟୁରି ଚୋଟରେ ସ୍ତ୍ରୀ ଗୁରୁତର । ମୁଣ୍ଡ,ବେକ ଓ ହାତରେରେ ଆଘାତ ଲାଗି ରକ୍ତାକ୍ତ ଅବସ୍ଥାରେ ସ୍ତ୍ରୀ ଲିଲି ପରିଡ଼ାଙ୍କୁ ସମ୍ପର୍କୀୟମାନେ ଗୁରୁତର ଅବସ୍ଥାରେ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଅଧିକ ସଙ୍କଟାପନ୍ନ ହୋଇଥିବାରୁ ଭୁବନେଶ୍ଵର ଏମ୍ସ ସ୍ଥାନାନ୍ତର ।
ଘଟଣା ସ୍ଥଳରୁ ସ୍ୱାମୀ ମିଥୁନ ପରିଡା ଫେରାର ହୋଇଥିବା ସୂଚନା ମିଳିଛି। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ NAC ଅନ୍ତର୍ଗତ ଅର୍ଣ୍ଣପୂର୍ଣା ନଗରରେ । ଏନେଇ ସ୍ତ୍ରୀ ଲିଲି ପରିଡାଙ୍କ ବଡ଼ ଭଉଣୀ ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି । ଏପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରୀ କରିଛି । #news #odiaxpress