Please wait...




Monday, Dec 8, 2025
Published on: Tuesday, April 01, 2025
ଦୁର୍ନୀତି

କୁନା ପାଇକରାୟ ହତ୍ୟାକାଣ୍ଡ ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ କୋର୍ଟ ଚାଲାଣ।

କୁନା ପାଇକରାୟ ହତ୍ୟାକାଣ୍ଡ ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ କୋର୍ଟ ଚାଲାଣ।
ଗତ ଦୁଇଦିନ ପୁର୍ବେ ଆଠଗଡ଼ ପାଟଣା ଗ୍ରାମରେ ଘଟିଥିବା କୁନା ପାଇକରାୟ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୁନୀଲ ପଲେଇ, ଶ୍ରୀକାନ୍ତ ଗୌଡ, ଶ୍ରୀକାନ୍ତ ଯେନା, ରୋହିତ ପରିଡ଼ା ଓ ଜିତେନ୍ଦ୍ର ସାହୁ ପ୍ରମୁଖଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି। ପୋଲିସ ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟତମ ଅଭିଯୁକ୍ତ ତଥା ସାର୍ଫ ସୁଟର ବର୍ତ୍ତମାନ ସୁଦ୍ଧା ଫେରାର ଅଛି। ଅତି ଶୀଘ୍ର ସେ ଧରାପଡିବ ବୋଲି ଗଞ୍ଜାମ ଜିଲ୍ଲା ଅତିରିକ୍ତ ଏସପି ଏକ ସାମ୍ବାଦିକ ସମ୍ମୀଳନୀରେ ବିବୃତ୍ତି ରଖିଛନ୍ତି।

ପୁର୍ବ ଶତୃତା, ଠିକା କାମ ଓ ଦାଦା ବଟିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି ଓ ନିହତ କୁନା ଜଣେ ପୁରୁଣା ଅପରାଧୀ। ତାଙ୍କ ନାମରେ ବିଭିନ୍ନ ଥାନାରେ ୧୬ ଟି ଅପରାଧ ମକଦ୍ଦମା ରୁଜୁ ହୋଇଥିବା ବେଳେ ସେ ଗୋଟିଏ ମାମଲାରେ ଅଦାଲତ ଦ୍ଵାରା ଅଭିଯୁକ୍ତ ଘୋଷିତ ହୋଇଛି। ଅତିରିକ୍ତ ଏସପି ସାମ୍ବାଦିକ ସମ୍ମୀଳନୀରେ କହିଛନ୍ତି ଯେ, କୁନାଙ୍କୁ ହତ୍ୟା କରିବା ପାଇଁ ମୁଖ୍ୟ ଅଭିଯୁକ୍ତ ସୁନୀଲ ପଲେଇ ଗତ ୧୦ ତାରିଖରେ ବ୍ରହ୍ମପୁର ସହର ଏକ ସ୍ଥାନରେ ବସି ଯୋଜନା କରିଥିଲେ। ଧରାପଡ଼ିଥିବା ଅଭିଯୁକ୍ତ ମାନଙ୍କୁ ଭାରତୀୟ ନ୍ୟାୟ ସଂହିତା ର ବିଭିନ୍ନ ଦଫାରେ ମୋକଦ୍ଦମା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଥିବା ଅତିରିକ୍ତ ଏସପି ଙ୍କ ଠାରୁ ପ୍ରକାଶ। #news #odiaxpress #bramhapur #Odisha

ଶୀର୍ଷ ଖବର
Published on: April 05, 2025
ଦୁର୍ନୀତି
ପେଟ୍ରୋଲ ପମ୍ପ ଲୁଟ ବେଳେ ୪ ଗିରଫ
Copyright © 2025 odiaxpress.in. All rights reserved.