Please wait...




Monday, Dec 8, 2025
Published on: Tuesday, April 01, 2025
ଦୁର୍ନୀତି

ପ୍ରେମିକାକୁ ମାରି ୫୦ ଖଣ୍ଡ କଲେ ଯୁବକ।

ପ୍ରେମିକାକୁ ମାରି ୫୦ ଖଣ୍ଡ କଲେ ଯୁବକ।

ଚିକେନ୍ କାଟିବାରେ ମାହିର ଥିଲେ ଯୁବକ । କାରଣ ଏକ ଚିକେନ କାଉଣ୍ଟରରେ କଂସାଇ କାମ କରୁଥିଲେ। ରାତି ପାହିଲେ ଚିକେନକୁ ଖଣ୍ଡ ଖଣ୍ଡ କରୁଥିଲେ। ଆଉ ଶେଷରେ ନିଜ ଲିଭ-ଇନ୍‌- ପାର୍ଟନରଙ୍କୁ ବି ହାଣି ଖଣ୍ଡ ଖଣ୍ଡ କରିଦେଲେ। ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାର ଏକ ଲୋମଟାଙ୍କୁରା ଘଟଣା ଘଟିଛି । ଅଭିଯୁକ୍ତ ଯୁବକଜଣକ ୨୫ ବର୍ଷୀୟ ନରେଶ ଭେଙ୍ଗର ବୋଲି ଜଣାଯାଇଛି।
ସେ ତାମିଲନାଡ଼ୁର ଏକ ଚିକେନ୍‌ କାଉଣ୍ଟରରେ କଂସାଇ ଭାବେ କାମ କରୁଥିଲେ। ସେଠାରେ ସେ ନିଜ ସହରର ଜଣେ ୨୪ ବର୍ଷୀୟା ଯୁବତୀଙ୍କ ସହ ଲିଭ୍‌-ଇନ୍‌ରେ ରହୁଥିଲେ।

କିଛି ଦିନ ପୂର୍ବରୁ ସେ ଗାଁକୁ ଫେରିଥିବା ବେଳେ ଆଉ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଏହାପରେ ନିଜ ପତ୍ନୀଙ୍କୁ ନ ନେଇ ତାମିଲନାଡ଼ୁ ଚାଲି ଯାଇଥିଲେ। ସେଠାରେ ବିବାହ ସମ୍ପର୍କରେ ସେ ନିଜ ଲିଭ-ଇନ୍‌- ପାର୍ଟନରଙ୍କୁ କିଛି କହି ନ ଥିଲେ। ସେଠାରେ ପୂର୍ବ ପରି ଉଭୟ ଏକାଠି ରହିଥିଲେ। ଏହା ମଧ୍ୟରେ ଯୁବତୀଜଣକ ବିବାହ ପାଇଁ ଜିଦ୍‌ ଧରିବାରୁ ନରେଶ ଉକ୍ତ ଯୁବତୀଙ୍କୁ ଧରି ନିଜ ଗାଁ ଅଭିମୁଖେ ବାହାରିଥିଲେ।ପ୍ରଥମେ ଉଭୟ ଟ୍ରେନ୍‌ ଯୋଗେ ଆସି ରାଞ୍ଚିରେ ପହଞ୍ଚିଥିଲେ। ସେଠାରୁ ଉଭୟ ନରେଶଙ୍କ ଗାଁ ଅଭିମୁଖେ ବାହାରିଥିଲେ। କିନ୍ତୁ ନରେଶ ତାଙ୍କୁ ନିଜ ଘରକୁ ନେବାକୁ ଚାହୁଁ ନ ଥିଲେ।ଯୋଜନା ମୁତାବକ ନରେଶ ଯୁବତୀଙ୍କୁ ଅଟୋରେ ନେଇ ଖୁଣ୍ଟି ନିକଟରେ ଓହ୍ଲାଇ ଦେଇ ଅପେକ୍ଷା କରିବାକୁ କହିଥିଲେ। କିଛି ସମୟ ପରେ ସେ ମାରଣାସ୍ତ୍ର ଧରି ଫେରିଥିଲେ। ତାହାକୁ ଦେଖାଇ ସେ ଯୁବତୀଙ୍କୁ ଭୟଭୀତ କରିବା ସହ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହାପରେ ପ୍ରଥମେ ଓଢ଼ଣୀ ଦ୍ୱାରା ତଣ୍ଟି ଚିପି ତାଙ୍କ ହତ୍ୟା କରିଥିଲେ। ପରେ ସେ ନିଜ ପାର୍ଟନରଙ୍କ ଶରୀରକୁ ମାରଣାସ୍ତ୍ରରେ ପ୍ରାୟ ୫୦ ଖଣ୍ଡ କାଟି ପକାଇଥିଲେ।ପରେ ନରେଶ ଯୁବତୀଙ୍କ ଶରୀରର ଖଣ୍ଡଗୁଡ଼ିକୁ ମାଟିରେ ପୋତି ଦେଇଥିଲେ। ପୋଲିସ ଅଭିଯୁକ୍ତ ନରେଶଙ୍କୁ ଗିରଫ କରିବା ସହ ଘଟଣାର ପର୍ଦ୍ଦାଫାଶ କରିଛି। #news #odiaxpress #jhadkhand

ଶୀର୍ଷ ଖବର
Published on: April 05, 2025
ଦୁର୍ନୀତି
ପେଟ୍ରୋଲ ପମ୍ପ ଲୁଟ ବେଳେ ୪ ଗିରଫ
Copyright © 2025 odiaxpress.in. All rights reserved.