Please wait...




Monday, Dec 8, 2025
Published on: Monday, March 31, 2025
ସମାଚାର

କାହାକୁ ଯିବ ମେଡିକାଲ୍‌ କଲେଜର ଶ୍ରେୟ ? ସୋସିଆଲ୍‌ ମିଡିଆରେ ଟଣାଓଟରା।

କାହାକୁ ଯିବ ମେଡିକାଲ୍‌ କଲେଜର ଶ୍ରେୟ ? ସୋସିଆଲ୍‌ ମିଡିଆରେ ଟଣାଓଟରା।
ଜିଲ୍ଲାରେ ସରକାରୀ ମେଡିକାଲ୍ କଲେଜ ଓ ଗ୍ରୀନ ଫିଲ୍ଡ ବିମାନବନ୍ଦର ପ୍ରତିଷ୍ଠା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ରାଜ୍ୟ ବିଜେପି ସରକାରଙ୍କ ଉକ୍ତ ଘୋଷଣାକୁ ସବୁ ମହଲରୁ ସ୍ୱାଗତ କରାଯାଇଛି । ଏବେ କିନ୍ତୁ ସୋସିଆଲ୍ ମିଡିଆରେ ପରୋକ୍ଷରେ ଏହାର ଶ୍ରେୟକୁ ନେଇ ଟଣାଓଟରା ଆରମ୍ଭ ହୋଇଯାଇଛି । ରାଜନୈତିକ ସ୍ତରରେ ଯେତିକି ଟଣାଭିଡ଼ା ନାହିଁ ତା’ଠାରୁ ଅଧିକ ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତି ବିଶେଷଙ୍କ ସ୍ତରରେ ପରିଲକ୍ଷିତ ହୋଇଛି । ସିଧାସଳଖ ନହେଲେ ସୁଦ୍ଧା ପରୋକ୍ଷରେ ସୋସିଆଲ୍ ମିଡିଆରେ ବାର୍ତ୍ତା ପୋଷ୍ଟ ହେବାରେ ଲାଗିଲାଣି । ଏପରିକି ମେଡିକାଲ୍ କଲେଜ ନିର୍ଦ୍ଦିଷ୍ଟ କେଉଁ ଅଞ୍ଚଳରେ ହେବ ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ଦାବି କରାଗଲାଣି । #news #odiaxpress #medicalcollege

ଶୀର୍ଷ ଖବର
Published on: April 05, 2025
ଦୁର୍ନୀତି
ପେଟ୍ରୋଲ ପମ୍ପ ଲୁଟ ବେଳେ ୪ ଗିରଫ
Copyright © 2025 odiaxpress.in. All rights reserved.