Please wait...




Monday, Dec 8, 2025
Published on: Saturday, March 29, 2025
ସମାଚାର

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଫରେଷ୍ଟର ଗିରଫ ।

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଫରେଷ୍ଟର ଗିରଫ । ଗିରଫ ଫରେଷ୍ଟର ହେଲେ ନରସିଂହ ଶତପଥୀ । ରାୟଗଡ଼ା ଜିଲ୍ଲା ଗୁଣପୁର ପଦ୍ମପୁର ଅଞ୍ଚଳରେ ଘଟିଛି ଏପରି ଅମାନବୀୟ ଘଟଣା । ନରସିଂହ ଶତପଥୀ ଗୁଡ଼ାରି ରେଞ୍ଜ ଅଧିନସ୍ଥ କେନ୍ଦୁଗୁଡ଼ା ସେକ୍ସନର ଫରେଷ୍ଟର ଭାବେ କାର୍ଯ୍ୟରତ ଅଛନ୍ତି । ସୂଚନା ଅନୁସାରେ ଶୁକ୍ରବାର ନରସିଂହଙ୍କ ପଡ଼ିଶା ଘରେ ରହି ପାଠ ପଢୁଥିବା ଜଣେ ୧୨ ବର୍ଷୀୟ ନାବାଳିକାକୁ ପ୍ରଲୋଭନ ଦେଖାଇ ଘର ଭିତରକୁ ଡ଼ାକି ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିଲେ ।
ତେବେ ଏହି ସମୟରେ ନାବାଳିକାଙ୍କ ସହିତ ଥିବା ଅନ୍ୟ ଜଣେ ଝିଅ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାରଲୋକ ଖବର ପାଇ ଫରେଷ୍ଟର ନରସିଂହଙ୍କ ଘରକୁ ଯାଇ ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ଏହାପରେ ଗ୍ରାମବାସୀମାନେ ଫରେଷ୍ଟରକୁ କାବୁ କରି ମାଡ଼ ମାରିଥିଲେ।

କେନ୍ଦୁଗୁଡା ଫାଣ୍ଡି ପୋଲିସ ଖବର ପାଇ ପଦ୍ମପୁର ଥାନା ଆଇଆଇସି ଧରଣୀଧର ପ୍ରଧାନଙ୍କୁ ସୂଚନା ଦେବା ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରୁ ନରସିଂହକୁ ଗିରଫ କରି ପଦ୍ମପୁର ଆଣି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଆଇଆଇସି ପ୍ରଧାନ ସୂଚନା ଦେଇଛନ୍ତି । #news #odiaxpress #gunpur #odisha #Rayagada

ଶୀର୍ଷ ଖବର
Published on: April 05, 2025
ଦୁର୍ନୀତି
ପେଟ୍ରୋଲ ପମ୍ପ ଲୁଟ ବେଳେ ୪ ଗିରଫ
Copyright © 2025 odiaxpress.in. All rights reserved.