Please wait...




Monday, Dec 8, 2025
Published on: Wednesday, March 05, 2025
ଦୁର୍ନୀତି

ଚିକିଟି ବହୁ ଚର୍ଚ୍ଚିତ ଅପହରଣ ଓ ଗଞ୍ଜେଇ ଚାଷ ଘଟଣାର ପର୍ଦ୍ଦାଫାଶ, ୭ କୋର୍ଟ ଚାଲାଣ।

ଚିକିଟି ବହୁ ଚର୍ଚ୍ଚିତ ଅପହରଣ ଓ ଗଞ୍ଜେଇ ଚାଷ ଘଟଣାର ପର୍ଦ୍ଦାଫାଶ, ୭ କୋର୍ଟ ଚାଲାଣ।
ଦୀର୍ଘ ଏକ ମାସରୁ ଊର୍ଦ୍ଧ୍ବ ସମୟର ବ୍ୟବଧାନ ପରେ ବ୍ରହ୍ମପୁର ପୋଲିସ ଜିଲ୍ଲା କେ.ନୂଆଗାଁ ଥାନା ଚିକିଟି ବହୁ ଚର୍ଚ୍ଚିତ ଅପହରଣ ଓ ଗଞ୍ଜେଇ ଚାଷ ଘଟଣାର ପର୍ଦ୍ଦାଫାଶ ହୋଇଛି । ବ୍ରହ୍ମପୁର ପୋଲିସର ସ୍ୱତନ୍ତ୍ର ଟିମ ସହ କେ.ନୂଆଗାଁ ପୋଲିସ ଓ ଚିକିଟି ଫାଣ୍ଡି ପୋଲିସର ଏକାଧିକ ଯାଗାରେ ଚଢ଼ଉ ପରେ ଧରା ପଡିଛନ୍ତି ୮ଜଣ ଅଭିଯୁକ୍ତ । ଯେଉଁଥିରେ ଘଟଣାର ମୂଖ୍ୟ ମାଷ୍ଟରମାଇଣ୍ଡ ବ୍ରହ୍ମପୁରର ଦଣ୍ଡ ମହାରଣା, କାର୍ତ୍ତିକ ବେହେରା ଓରଫ ଆନ୍ନା, କେ.ସୁନିଲ ରାଓ, କାର୍ତ୍ତିକ ବେହେରା, ଟି. ଗଣେଶ ରାଓ, ଚିକିଟିର ନୂତନ ପାତ୍ର, ସାଗର ସାହୁ ଓ ରବୀନ୍ଦ୍ର ମହାନ୍ତି ପ୍ରମୁଖ ଅଛନ୍ତି ।

ଏମାନଙ୍କ ମଧ୍ୟରୁ ଗିରଫ ଆନ୍ନା ଓ ଏ ଯାଏଁ ଫେରାର ଥିବା ଚିକିଟିର ଆୟୁସ୍ମାନ ସୁବୁଦ୍ଧି ହାଇକୋର୍ଟରୁ ଅନ୍ତରୀଣ ଜାମିନ ପାଇଥିବାରୁ ସେମାନେ ପୋଲିସ ଗିରଫଦାରୀରୁ ବଂଚିଯାଇଥିବାବେଳେ ଅନ୍ୟ ଗିରଫ ୭ଅଭିଯୁକ୍ତଙ୍କୁ କେ.ନୂଆଗାଁ ପୋଲିସ ବୁଧବାର କୋର୍ଟ ଚାଲାଣ କରିଛି । ଦିଲ୍ଲୀର ଫାଇନାନ୍ସ କମ୍ପାନୀ ଏଜେଣ୍ଟ ଓ ଓଡ଼ିଶାର ଅନ୍ୟ ତିନି ଜଣ ବ୍ୟକ୍ତିଙ୍କୁ ଅପହରଣ କରି ନେବା ପରେ ଅଭିକୁକ୍ତମାନେ ସେମାନଙ୍କଠାରୁ ଜୋର କରି ଲୁଟି ନେଇଥିବା ନଗଦ ଦୁଇ ହଜାର ଟଙ୍କା ଜବତ ସହ ଅପହୃତ ଚାରି ଜଣଙ୍କ ୪ଟି ମୋବାଇଲ ଫୋନକୁ ଟାମଣା ଘାଟି ସ୍ଥିତ ଘାଟି କାଳୁଆ ମନ୍ଦିର ନିକଟରୁ ଜବତ କରିଛି ।

ଅଭିଯୁକ୍ତଙ୍କ ୧୧ଟି ମୋବାଇଲ ମଧ୍ୟ ଜବତ କରିଛି ପୋଲିସ । ପହରଣରେ ବ୍ୟବହୃତ ତିନୋଟି ଚାରି ଚକିଆ ଗାଡି ମଧ୍ୟ ପୋଲିସ ଜବତ କରିଛି । ଘଟଣାରେ ପୂର୍ବରୁ ପୃଥ୍ବୀ ସାହୁ, ଶଶିକାନ୍ତ ବେହେରା ଓ ପ୍ରବୀର ସାହୁ ଓରଫ ପପୁକୁ କେ.ନୂଆଗାଁ ପୋଲିସ ଗିରଫ କରିଥିବାବେଳେ ବର୍ତ୍ତମାନ ଏହି ଘଟଣାରେ ୭ ଅଭିଯୁକ୍ତଙ୍କ ଗିରଫ ପରେ ମୋଟ ଗିରଫ ସଂଖ୍ୟା ୧୦ରେ ପହଞ୍ଚିଛି । ଅପହୃତଙ୍କୁ ରଖିଥିବା ଚିକିଟିର ନୂତନ ପାତ୍ରଙ୍କ ବାଡ଼ି ପଛପଟେ ହୋଇଥିବା ଗଞ୍ଜେଇ ଚାଷ ମାମଲାରେ ପୂର୍ବରୁ ନୂତନ ପାତ୍ରର ସ୍ତ୍ରୀ ସୁନିତା ବେହେରା ଜେଲ ଯାଇଥିବାବେଳେ ବର୍ତ୍ତମାନ ଉଭୟ ଅପହରଣ ଓ ଗଞ୍ଜେଇ ଚାଷ ମାମଲାରେ ନୂତନ ପାତ୍ର ଯାଇଛି ।

ଏତେବଡ଼ ହାଇ ପ୍ରୋଫାଇଲ ଅପହରଣ ଘଟଣାରେ ଅଭିଯୁକ୍ତଙ୍କୁ ଧରିବାରେ ଅହେତୁକ ବିଳମ୍ବ ଯୋଗୁଁ ପୋଲିସ ଦ୍ୱାରା ବହୁ କଷ୍ଟରେ ଗିରଫ କାର୍ତ୍ତିକ ବେହେରା ଓରଫ ଆନ୍ନାକୁ ପୋଲିସ ଜେରା ପରେ ଛାଡ଼ି ଦେଇଛି । ଅନ୍ୟପକ୍ଷରେ ଚିକିଟିପେଣ୍ଠର ଅୟୁସ୍ମାନ ସୁବୁଦ୍ଧି ଘଟଣା ପରଠାରୁ ପୋଲିସ ଭୟରେ ରାଜ୍ୟ ବାହାରକୁ ଚାଲିଯାଇ ହାଇକୋର୍ଟରୁ ଅନ୍ତରୀଣ ଜାମିନ ହାତେଇବାରେ ସକ୍ଷମ ହୋଇଛି । କେ.ନୂଆଗାଁ ଥାନା ଆଇଆଇସି କିଶୋର ସାମଲଙ୍କ ସୂଚନା ପ୍ରକାରେ ବ୍ରହ୍ମପୁରର ଦଣ୍ଡ ମହାରଣା ଓ ରମ୍ଭାର ପ୍ରବୀର ସାହୁ ଓରଫ ପପୁ ହିଁ ଘଟଣାର ମୁଖ୍ୟ । ଦିଲ୍ଲୀର ଫାଇନାନ୍ସ ଏଜେଣ୍ଟ ଓ ଅନ୍ୟ ତିନି ଜଣକୁ ବ୍ରହ୍ମପୁର ଡକାଇ ବିନା କାଗଜପତ୍ରରେ କୋଟିଏ ଟଙ୍କା ଋଣ ହାତେଇବା ପାଇଁ ଅପହରଣ କରିଥିବା ଯୋଜନା ହୋଇଥିଲା। ବ୍ରହ୍ମପୁର ପୋଲିସର ସ୍ୱତନ୍ତ୍ର ଟିମର ବିଭିନ୍ନ ଜାଗାରେ ଚଢ଼ଉ ପରେ ଅଭିଯୁକ୍ତ ମାନେ ଜଣେ ପରେ ଜଣେ ଧରାପଡ଼ିଥିଲେ । #news #odiaxpress #Bramhapur #Odisha

ଶୀର୍ଷ ଖବର
Published on: April 05, 2025
ଦୁର୍ନୀତି
ପେଟ୍ରୋଲ ପମ୍ପ ଲୁଟ ବେଳେ ୪ ଗିରଫ
Copyright © 2025 odiaxpress.in. All rights reserved.