Please wait...




Monday, Dec 8, 2025
Published on: Wednesday, February 26, 2025
ଦେଶବିଦେଶ

ଖୋଲିବ ବାବା କେଦାରନାଥଙ୍କ କପାଟ: ମହାଶିବରାତ୍ରିରେ ସ୍ଥିର ହେଲା ତାରିଖ ଓ ସମୟ

ଖୋଲିବ ବାବା କେଦାରନାଥଙ୍କ ଧାମ୍ । ଆରମ୍ଭ ହେବ ଚାରିଧାମ ଯାତ୍ରା… ପବିତ୍ର ମହାଶିବରାତ୍ରି ଅବସରରେ ସ୍ଥିର ହେଲା ତାରିଖ ଓ ସମୟ । ଯେଉଁ ସମୟକୁ ଯେଉଁ ମୁହୂର୍ତ୍ତକୁ କୋଟି କୋଟି ଶିବଭକ୍ତ ଅପେକ୍ଷା କରି ରହିଥିଲେ ଶେଷରେ ସେହି ସମୟ ଆସିଯାଇଛି ଆଉ ମହାଦେବ ବାବା କେଦାରନାଥଙ୍କ କପାଟ ଖୋଲିବାର ଦିନ ଓ ମୁହୂର୍ତ୍ତର ସ୍ଥିର ହୋଇଛି ।
ଚଳିତ ବର୍ଷ ମେ' ୨ରେ ଖୋଲିବ କେଦାରନାଥଙ୍କ କପାଟ । ଠିକ୍ ସକାଳ ୭ଟାରେ ଏହି ଦିବ୍ୟ କାର୍ୟ୍ୟର ଆରମ୍ଭ କରାଯିବ ଆଉ ସେହି ସମୟରୁ ହିଁ ଆରମ୍ଭ ହେବ ଚାରିଧାମ ଯାତ୍ରା । ତେବେ ଉଖୀମଠ ସ୍ଥିତ ଓଁକାରେଶ୍ବର ମନ୍ଦିରରୁ ବାବାଙ୍କ ଶୋଭାଯାତ୍ରା ମେ ୧ରେ କେଦାରନାଥରେ ପହଞ୍ଚିବ ଆଉ ମେ ୨ ସକାଳେ କପାଟ ଖୋଲାଯିବ ।

ତେବେ ଏକାଦଶ ଜୋତିର୍ଲିଙ୍ଗ ଭାବେ ପରିଚିତ ବାବା କେଦାରନାଥଙ୍କ ଧାମ ପ୍ରତି ବର୍ଷ ଶୀତଋତୁରେ ବନ୍ଦ ରୁହେ । ପ୍ରବଳ ତୁଷାରପାତ ପାଇଁ ୬ ମାସ ଏହି ଧାମ ବନ୍ଦ ରହୁଥିବା ବେଳେ ଏହି ୬ ମାସ ଯାଏଁ ଉଖୀମଠ ସ୍ଥିତ ଓଁକାରେଶ୍ବର ମନ୍ଦିରରେ ବାବାଙ୍କ ପୂଜାର୍ଚ୍ଚନା କରାଯାଏ ।

ଶୀର୍ଷ ଖବର
Published on: April 05, 2025
ଦୁର୍ନୀତି
ପେଟ୍ରୋଲ ପମ୍ପ ଲୁଟ ବେଳେ ୪ ଗିରଫ
Copyright © 2025 odiaxpress.in. All rights reserved.